ରାଉରକେଲା କୋଏଲ ନଦୀରେ ବୁଡି ଯାଇଥିବା ୪ର୍ଥ ନାବାଳକ ମୃତଦେହ ଉଦ୍ଧାର

ରାଉରକେଲା(କେନ୍ୟୁଜ୍): ରାଉରକେଲା କୋଏଲ ନଦୀରେ ବୁଡି ଯାଇଥିବା ୪ର୍ଥ ନାବାଳକ ମୃତଦେହ ଉଦ୍ଧାର। ମୃତକ କୌଶଳ ସାହୁ। ଗତକାଲି ଝିରପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ୪ଜଣ ଗାଧୋଉଥିବା ବେଳେ ସେମାନେ ଭାସି ଯାଇଥିଲେ ।

ଦୁଇ ଜଣଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳେ ଆଉ ଜଣେ ବାଳକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ନାବାଳକଙ୍କ ମୃତଦେହ ଉଦ୍ଧାର ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.