ଶ୍ରୀଜଗନ୍ନାଥଙ୍କ ପ୍ରତିମା ତିଆରିରେ ରେକର୍ଡ କଲେ ରାଉରକେଲା ଝିଅ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ରାଉରକେଲା : ଶ୍ରୀଜଗନ୍ନାଥଙ୍କ ପ୍ରତିମା ତିଆରିରେ ରେକର୍ଡ କଲେ ରାଉରକେଲା ଝିଅ । ରାଉରକେଲା ସହରର ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ନାଏକ ବିଭିନ୍ନ ଡାଲି ଓ ପନିପରିବା ମଞ୍ଜିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ।

ମାତ୍ର ୧୫ ବର୍ଷ ବୟସରେ ସ୍ମୃତିରେଖା ଧଣିଆ, କଖାରୁ, କଲରା ସମେତ ୨୧ ପ୍ରକାର ପନିପରିବା ମଞ୍ଜି ଓ ଡାଲିରେ ୦.୩ ସେଣ୍ଟି ମିଟର ଠାରୁ ଆରମ୍ଭ କରି ୦.୮ ସେଣ୍ଟି ମିଟରର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ତିଆରି କରି ସେ ଏହି ସଫଳତା ସାଉଁଟିଛନ୍ତି । ମାତ୍ର ୧୬ ଘଣ୍ଟାରେ ଶ୍ରୀଜିଉମାନଙ୍କର ପ୍ରତିମୂର୍ତ୍ତି ତିଆରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ସ୍ମୃତିରେଖା । ଝିଅ ସ୍ମୃତିରେଖାଙ୍କ ସଫଳତାରେ ମାଆ ସ୍ବର୍ଣ୍ଣପ୍ରଭା ଓ ବାପା ଶିବ ପ୍ରସାଦ ବହୁତ ଖୁସି । ଶ୍ରୀଜଗନ୍ନାଥଙ୍କ ପ୍ରତିମା ତିଆରିରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ