କିସ୍‌ ପ୍ରତିଷ୍ଠାତାଙ୍କ ଗୋଟିଏ ମଣିଷ ଗୋଟିଏ ଗଛ ଲଗାଇବା ପ୍ରୟାସରେ ସାମିଲ ହେଲେ ରାଉରକେଲା ଛେଣ୍ଡର ଜ୍ଞାନମନ୍ଦିର ସ୍କୁଲର ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ): କିଟ୍‌, କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଗୋଟିଏ ମଣିଷ ଗୋଟିଏ ଗଛ ଲଗାଇବା ଭଳି ପ୍ରୟାସରେ ସାମିଲ ହୋଇଛନ୍ତି ରାଉରକେଲା ଛେଣ୍ଡ ଅଞ୍ଚଳର ଜ୍ଞାନମନ୍ଦିର ସ୍କୁଲର ଛାତ୍ରଛାତ୍ରୀ । ଗଛକୁ ନେଇ ଏକ ବାର୍ତ୍ତା ଦେବା ଓ ପିଲାମାନଙ୍କ ମଧ୍ୟରେ ବୃକ୍ଷ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ସ୍କୁଲରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଡକ୍ଟର ସାମନ୍ତଙ୍କ ଏହି ପ୍ରୟାସରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ସହ ମିଶି ଗଛ ଲଗାଇଥିଲେ । ବୃକ୍ଷରୋପଣର ଉପକାରିତା ଓ ମଣିଷ ଜୀବନ ପାଇଁ ଏହାର ଆବଶ୍ୟକତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହା ସହ ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.