ରାଉରକେଲା ଜିତେନ୍ଦ୍ର ସାଏ ହତ୍ୟାକାଣ୍ଡ ଘଟଣା , ଆଉ ୪ ଅଭିଯୁକ୍ତ ଗିରଫ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ଜିତେନ୍ଦ୍ର ସାଏ ହତ୍ୟା ମାମଲାରେ ଆଉ ୪ ଗିରଫ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଭୁଜାଲି ଓ ଦୁଇଟି ସ୍କୁଟି ଜବତ ହୋଇଛି । ପୂର୍ବରୁ ଏହି ମାମଲାରେ ଗିରଫ ମାଷ୍ଟରମାଇଣ୍ଡ ଅମୀର ଖାଁଙ୍କ ସହ ଏମଡି ସେହେବାଜକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ମିଶାଇ ମୋଟ୍‌ ଗିରଫଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏହି ମାମଲାରେ ଆଉ ଜଣେ ଫେରାର ରହିଛି । ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ୍‌ପି ସୂଚନା ଦେଇଛନ୍ତି ।

ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ପ୍ଲାଣ୍ଟ ସାଇଟ ଥାନା ରେଳବାଇ କଲୋନୀ ରିମଝିମ ବସ୍ତିରେ ଜିତେନ୍ଦ୍ର ସାଏଙ୍କୁ ଗୁଳି କରିବା ସହ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାରୁ ଘଟିଥିଲା ହତ୍ୟାକାଣ୍ଡ । ଫେରାର ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.