ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଡାକ୍ତରୀ ଛାତ୍ରୀ ସ୍ମୃତି ଶ୍ରୀ ପତି, ଭାରତକୁ ଫେରାଇ ଆଣିବାକୁ ଗଣମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି ବାପା ଓ ମାଆ

 ରାଉରକେଲା (କେନ୍ୟୁଜ): ୟୁକ୍ରେନ୍‌ରେ ରାଉରକେଲାର ଝିଅ । ରାଉରକେଲା ଜଗଦା ଅଞ୍ଚଳର ସୂର୍ଯ୍ୟ ଟାଓ୍ଵାର ଆପାର୍ଟମେଣ୍ଟରେ ରହୁଥିବା ଚନ୍ଦ୍ରଶେଖର ପତିଙ୍କ ଝିଅ ସ୍ମୃତି ଶ୍ରୀ ପତି ମେଡିକାଲ ପଢ଼ିବା ପାଇଁ ୟୁକ୍ରେନରେ ରହୁଛନ୍ତି । ରୁଷ ଏବଂ ୟୁକ୍ରେନର ଯୁଦ୍ଧ ଯୋଗୁଁ ଏବେ ଭୟଭୀତ ଅବସ୍ଥାରେ ସ୍ମୃତିଙ୍କ ପିତା ଚନ୍ଦ୍ରଶେଖର ଓ ମାଆ ରଞ୍ଜିତା । ବାରମ୍ବାର କଲ କରି ନିଜ ଝିଅର ଭଲମନ୍ଦ ବୁଝିବା ସହ ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ଦ୍ଵାରା ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ଉପଦେଶ ଦେଉଛନ୍ତି ।

ଗଣମାଧ୍ୟମରେ ୟୁକ୍ରେନ ଉପରେ ରୁଷର ବୋମାମାଡ ଏବଂ ଯୁଦ୍ଧର ଭୟାବହତା ସମ୍ପର୍କରେ ମିଳୁଥିବା ଖବର ମନ ଭିତରେ ଦ୍ୱନ୍ଦ ସୃଷ୍ଟି କରୁଥିବା ବେଳେ ଝିଅ ସହ କଥାବାର୍ତ୍ତା କରି ମନ ବୁଝାଇ ଦେଉଛନ୍ତି । V N KARAZINE NATIONAL MEDICAL UNIVERSITY, KHARKIVE, UKRAINEରେ ମେଡିକାଲ ପାଠ ପଢୁଥିବା ବେଳେ ଏଭଳି ଯୁଦ୍ଧ ସମୟରେ ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଗଣମାଧ୍ୟମରେ ଅନୁରୋଧ କରିଛନ୍ତି ତାଙ୍କ ବାପା ଓ ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.