ଜୀବନ ହାରିଦେଲେ ରାଉରକେଲା ଏନ୍ଆଇଟି ସ୍ବାସ୍ଥ୍ୟ ଅଧିକାରୀ

ରାଉରକେଲା : ରାଉରକେଲା ଜାତୀୟ ପ୍ରଯୁକ୍ତି ଅନୁଷ୍ଠାନ ଏନ୍ ଆଇ ଟିର ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଡାକ୍ତରଙ୍କ ଆତ୍ମହତ୍ୟାକୁ ନେଇ ଏନ୍ ଆଇ ଟି ପରିସରରେ ଶୋକର ମାହୋଲ । ଗତ ପ୍ରାୟ ବର୍ଷେ ପୂର୍ବରୁ କର୍ଣାଟକରୁ ଆସି ଏନ୍ଆଇଟିର ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଭାବେ ସେବା କରୁଥିଲେ  ।

ନିୟମିତ ଭାବେ ଏନ୍ ଆଇଟିର ସ୍ବାସ୍ଥ୍ୟ କେନ୍ଦ୍ରରେ  କାର୍ଯ୍ୟରେ ଯୋଗ ଦେଉଥିଲେ । ଆଜି  ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିବା ଅତ୍ୟଧିକ ବିଳମ୍ବ ହୋଇଥିଲା । ଆଜି ବିଳମ୍ବ ହେବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗ ଷ୍ଟାଫ୍ ସ୍ବାସ୍ଥ୍ୟ ଅଧିକାରୀଙ୍କ କ୍ବାଟରକୁ ଯାଇ ଖୋଲା ଝରକା ବାଟେ ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ ହୁଗାର ଫ୍ୟାନରେ ଝୁଲି ଥିବା ଦେଖିଥିଲେ ।

ଘଟଣା ସମ୍ପର୍କରେ ଏନ୍ ଆଇଟିର ଅଧିକାରୀଙ୍କୁ ଜଣାଇବା ପରେ ସେକ୍ଟର -୩ ଥାନାକୁ ଜଣାଇଥିଲେ । ପୋଲିସ୍ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ୍ କରିବା ସହ ସେଠାରୁ ଏକ ସୁଇସାଇଡାଲ ନୋଟ୍ ପାଇଥିଲେ ।  ସେହି ନୋଟ୍ ରେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ଆତ୍ମହତ୍ୟା ପୂର୍ବରୁ ଲେଖିଥିବା କୁହାଯାଉଛି ।

ଏହି ନୋଟ୍ କୁ ଜବତ୍ କରି କର୍ଣାଟକରୁ ଡ଼ାକ୍ତର ସନ୍ତୋଷ ହୁଗାରଙ୍କ  ପରିବାର ରାଉରକେଲା ଆସିବାକୁ ଅପେକ୍ଷା କରିଛି ରାଉରକେଲା ପୋଲିସ୍ । ଡାକ୍ତର ସନ୍ତୋଷଙ୍କ ମୃତ ଦେହକୁ ଇସ୍ପାତ ଜେନେରାଲ ହସପିଟାଲର ଶବାଗାରରେ ରଖାଯାଇଥିବା ସୂଚନା ମିଳିଛି ।

You might also like