ତାପଙ୍ଗ ଖଣିରେ ଛାତ୍ର ନିଖୋଜ ଘଟଣା: ୪ ଦିନ ହେବ ମିଳୁନି ପତ୍ତା, ଖୋଜୁଛି ରାଉରକେଲା NIT ରୋବଟ୍

ଖୋର୍ଦ୍ଧା : ନିଖୋଜ ଯୁବକକୁ ଖୋଜୁଛି ରୋବଟ୍ । ଖୋର୍ଦ୍ଧା ତାପଙ୍ଗ ଖଣିରେ ଛାତ୍ର ନିଖୋଜ ଘଟଣା । ୪ ଦିନ ହେବ ମିଳୁନି ନିଖୋଜ ଯୁବକଙ୍କ ପତ୍ତା ମିଳୁନି । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଜୋରଦାର ପ୍ରୟାସ ଚାଲିଛି । ରାଉରକେଲା NITର ସ୍ବତନ୍ତ୍ର ରୋବଟ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ।  ୪ ଦିନ ପରେ ବି ଛାତ୍ରଙ୍କୁ ଉଦ୍ଧାର କରିବାରେ ରେସକ୍ୟୁ ଟିମ୍ ବିଫଳ ହୋଇଥିବାରୁ ଏବେ ରୋବର୍ଟ ଦ୍ବାରା ଛାତ୍ରଙ୍କୁ ଖୋଜା ଯାଉଛ ।

ସୂଚନା ଅନୁସାରେ ସୋମବାର ଦିନ ତଳେ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ସେଲଫି ନେବା ସମୟରେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ଗଭୀର ପାଣିରେ ଖସି ଯାଇଥିଲେ । ଏହି ସମୟରେ ସାଙ୍ଗରେ ଯାଇଥିବା ଅନ୍ୟ ଯୁବକମାନେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ ଓମ ପ୍ରକାଶ ପାଣିରେ ବୁଡ଼ି ଯାଇଥିଲେ । ଏହାପରେ ଓମପ୍ରକାଶଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା ଉଦ୍ଧାରକାରୀ ଦଳ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ, ନାଭାଲ ଟିମ୍ ଓ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଥିଲେ ମଧ୍ୟ ଓମ ପ୍ରକାଶଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି । ୪୫ ଜଣିଆ ଟିମ୍ ପକ୍ଷରୁ ୪ ଦିନ ଅପରେସନ ଚାଲିଥିଲେ ବି ଛାତ୍ରଙ୍କ ପତ୍ତା ମିଳିନି । ତେବେ ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।