ଦେବଦୂତ ସାଜିଲେ RPF ଓ GRPs ଷ୍ଟାଫ୍‌: ଚଳନ୍ତା ଟ୍ରେନ୍‌କୁ ଖସି ପଡିଥିବା ବ୍ୟକ୍ତିଙ୍କୁ କଲେ ଉଦ୍ଧାର

କଟକ(କେନ୍ୟୁଜ୍): ସାହାସିକତା ଦେଖାଇଲେ ଆର୍‌ପିଏଫ ଓ ଜିଆରପି ଷ୍ଟାଫ୍‌। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଗତକାଲି କଟକ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଯାତ୍ରୀ ଜଣକ ପ୍ଲାଟଫର୍ମ ୧ରେ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଖସି ପଡିଲେ। ଏହାକୁ ଦେଖି, ପାଖରେ ଥିବା ଆରପିଏଫ ଓ ଜିଆରପି ଯବାନ ଦୌଡ଼ି ଦୌଡ଼ି ଆସି ବ୍ୟକ୍ତି ଜଣଙ୍କୁ ଟାଣି ଆଣି ଉଦ୍ଧାର କରିଥିଲେ।

ଘଟଣାଟି ଗତକାଲି ସକାଳ ୬ଟା ୩୦ରେ ଘଟିଛି। ୬ ଟା ୨୫ରେ ପହଞ୍ଚିଥିଲା ଜନଶତାବ୍ଦୀ ଏକ୍ସପ୍ରେସ। ୫ ମିନିଟ ରହଣି ପରେ ୬.୩୦ରେ ଛାଡିଥିଲା। ଟ୍ରେନ ଗଡ଼ିବା ଆରମ୍ଭ କରିବା ପରେ ୪୦ ବର୍ଷୀୟ ଆର. କେ. ସାହୁ ଟ୍ରେନରେ ଚଢିବାକୁ ଉଦ୍ୟମ କରି ଖସି ପଡିଥିଲେ। ତୁରନ୍ତ ଆରପିଏଫ ଓ ଜିଆରପିର ଦୁଇ ଷ୍ଟାଫ୍‌ ଜଗନ୍ନାଥ ମୁର୍ମୁ ଓ ହେମନ୍ତ ସାହୁ ତାଙ୍କୁ ଉଦ୍ଧାର କରିଥିଲେ। ଆର କେ ସାହୁ କଟକରୁ ବାଲେଶ୍ୱର ଯିବାର ଥିଲା। କିନ୍ତୁ ଅଘଟଣର ଶିକାର ହେଲେ। ଆଉ ଦେବଦୂତ ସାଜି ଠିକଣା ସମୟରେ ପଦକ୍ଷେପ ନେଲେ ଜଗନ୍ନାଥ ଓ ହେମନ୍ତ। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.