ଭୁବନେଶ୍ୱର ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍‌ କନ୍‌ଷ୍ଟେବଳ

 ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍‌ କନ୍‌ଷ୍ଟେବଳ । ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନ୍‌ ୨ ନମ୍ବର ପ୍ଲାଟ୍‌ଫର୍ମରୁ ଛାଡିଥିଲା। ଟ୍ରେନ୍‌ ଚାଲୁଥିବା ସମୟରେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ମାଥୁରି ଗାଁର ନାଜିର ମଲ୍ଲିକ ଟ୍ରେନ୍‌ରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । ଟ୍ରେନ୍‌ ଓ ପ୍ଲାଟ୍‌ଫର୍ମ ମଝିରେ ଥିବା ଫାଙ୍କା ସ୍ଥାନରେ ପଡ଼ିଯିବା ବେଳେ କନ୍‌ଷ୍ଟେବଳ ଏନ୍‌. ବି ରାଓ ତାଙ୍କୁ ଟାଣି ଆଣିଥିଲେ । ଫଳରେ ନାଜିର ମଲ୍ଲିକଙ୍କ ଜୀବନ ବଞ୍ଚିଯାଇଥିଲା । ଏହି ପୁରା ଭିଜୁଆଲ୍‌ ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.