ଆରଫିଏଫ ଯବାନଙ୍କ ପାଇଁ ଦୁଇ ମହିଳା ପାଇଲେ ନୂଆ ଜୀବନ, ବଡ଼ ଦୁର୍ଘଟଣାରୁ କଲେ ରକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ନୂଆ ଜୀବନ ପାଇଲେ ୨ ଟ୍ରେନ ଯାତ୍ରୀ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ RPF ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମ ନଂ-୩ରେ ଟ୍ରେନ ଛାଡୁ ଥିବା ସମୟରେ ଦୁଇ ଜଣ ମହିଳା ଯାତ୍ରୀ ତରବରରେ ଓହ୍ଲାଉ ଥିବା ବେଳେ ହଠାତ୍‌ ସେମାନଙ୍କର ଗୋଡ଼ ଖସି ଯାଇଥିଲା ।

ସେହି ସମୟରେ RPF ଯବାନ ନିଜର ଉପସ୍ଥିତି ବୁଦ୍ଧି ପାଇଁ ବଞ୍ଚିଲା ଦୁଇ ଦୁଇଟି ଜୀବନ । ଘଟଣା ସମୟର ଦୃଶ୍ୟ ଭୁବନେଶ୍ୱର ରେଲୱେ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିପାଇଁ RPF ଯବାନଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.