ଟଙ୍କା ଲୁଟି ଫେରାର ହେଉଥିବା ବେଳେ ଠକଙ୍କୁ ମାଡ଼ି ବସିଲା ଆର.ପି.ଏଫ ପୋଲିସ, ୨୪ ଲକ୍ଷ ଜବତ

କଟକ(କେନ୍ୟୁଜ): ଜବତ ହେଲା ୨୪ ଲକ୍ଷ ଟଙ୍କା । ଆଠଟି ବଣ୍ଡଲରେ ୩ ଲକ୍ଷ ଲେଖାଏଁ ଭର୍ତ୍ତି କରି ଟ୍ରେନରେ ନିଆଯାଉଥିବା ବେଳେ ଧରାପଡ଼ିଲେ ଅଭିଯୁକ୍ତ । ବିପୁଳ ପରିମାଣରେ ଟଙ୍କା ଆର୍ଥିକ ଠକେଇ କରି ଫେରାର ହୋଇଯାଉଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିଛି କଟକ ଆର.ପି.ଏଫ ଥାନା ପୋଲିସ । କଟକ ଆର.ପି.ଏଫ୍ ପୋଲିସ କଟକ ଷ୍ଟେସନରୁ ଯାଞ୍ଚ କରି ସେମାନଙ୍କୁ ଯାଜପୁର ରୋଡ ଷ୍ଟେସନରୁ କାବୁ କରିବାରେ ସକ୍ଷମ ହୋଇଛି ।

ଦୁଇ ଅଭିଯୁକ୍ତ ବିହାରର ମନିହାରି ଥାନା ଅଞ୍ଚଳର ରାମ ନାରାୟଣ ଯାଦବ ଓ ସେକ୍ ସିରାଜ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି । ଦୁଇ ଠକଙ୍କୁ ଧରିବା ପରେ, ତେଲେଙ୍ଗାନା ନାଲଗୋଣ୍ଡା ପୋଲିସକୁ ହସ୍ତାନ୍ତର କରିଛି କଟକ ଆର.ପି.ଏଫ । ଅଧିକ ଟଙ୍କା ଫେରସ୍ତ ଦିଆଯିବ କହି ନାଲଗୁଣ୍ଡାର ରାମ ଚାରି ନାମକ ବ୍ୟକ୍ତିଙ୍କ ଠାରୁ ୨୪ ଲକ୍ଷ ନେଇଥିଲେ ଏହି ଦୁଇ ଅଭିଯୁକ୍ତ । କିନ୍ତୁ ଟଙ୍କା ଫେରାଇବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ ।

ତେଲେଙ୍ଗାନାରୁ ଫେରାର ହୋଇଥିବା ଜାଣିବା ପରେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରିଥିଲା। ଦୁଇ ଜଣ ଯାକ ଫଲକନାମା ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣାପଡିଥିଲା । ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ଆର.ପି.ଏଫ ପୋଲିସର ସହାୟତା ମଗାଯାଇଥିଲା । ଏବଂ ବର୍ତ୍ତମାନ ଦୁଇ ଠକଙ୍କୁ କାବୁ କରାଯାଇଛି ।

Leave A Reply

Your email address will not be published.