କଟକ : ଦେବଦୂତ ଭଳି ଆସିଲେ, ମହିଳାଙ୍କ ଜୀବନ ବଞ୍ଚାଇ ଦେଇଗଲେ । ସାମାନ୍ୟ ଡେରି ହୋଇଥିଲେ ଚାଲି ଯାଇଥାନ୍ତା ଦୁଇଟି ଜୀବନ । ଏମିତି ଏକ ଅଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି ଦୁଇଟି ଜୀବନ । ଘଟଣାଟି କଟକ ରେଳବାଇ ଥାନା ଅଂଚଳର । ଜୀବନ ବଞ୍ଚାଇଥିବା ଦୁଇ ମହିଳା ଆର୍ ପି ଏଫ୍ ପୋଲିସଙ୍କୁ ମିଳୁଛି ଲୋକଙ୍କ ସାବାସୀ । ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ ମହିଳା । ସାଙ୍ଗରେ ଥିଲା ସାତ ମାସର ଶିଶୁ ପୁତ୍ର । ପାରିବାରିକ କଳହ ପାଇଁ ଘରୁ ପଳାଇ ଆସିଥିଲେ । ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣା ଆଡ଼କୁ ଯାଉଥିଲେ । ସାଙ୍ଗରେ କୌଣସି ଆସବାବପତ୍ର ନ ଥିଲା । ଏହା ଦେଖି ସନ୍ଦେହ କରିଥିଲେ ଆର୍ ପି ଏଫ୍ କର୍ମଚାରୀ । ମହିଳାଙ୍କୁ ବୁଝାଶୁଝା କରିବା ପରେ ପରିବାରବrailway policeର୍ଗଙ୍କୁ ହସ୍ତାନ୍ତର କରିଛି ଆର୍ ପି ଏଫ୍ ।
You might also like