କଟକରୁ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

କଟକ (କେନ୍ୟୁଜ) : କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ୧ କେଜି ୧୫୯ ଗ୍ରାମର ଧଳା ଜହର ଜବତ କରିଛି କଟକ ଲାଲବାଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାଡ । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଏହି ନିଶା ଦ୍ରବ୍ୟ ଜଳେଶ୍ୱରରୁ ଆସି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀକୁ ଚାଲାଣ ହେଉଥିଲା। ଗତ ୫ ମାସ ଭିତରେ କଟକ-ଭୁବନେଶ୍ୱର ଅଞ୍ଚଳରୁ ୬ କେଜିରୁ ଅଧିକ ବ୍ରାଉନ ସୁଗର ଜବତ କରାଯାଇଛି। ୫ ମାସ ମଧ୍ୟରେ କେବଳ କଟକରୁ ୪କେଜି ୨୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି କାରବାରରେ ସଂପୃକ୍ତି ନେଇ ୨୧ ଜଣ ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.