ମାଛକୁଣ୍ଡ ପୋଲିସ୍ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ(କେନ୍ୟୁଜ୍‌): ଗଞ୍ଜେଇ  ଧରପଗଢକୁ ଯୋରଦାର କରିଛି ଲମତାପୁଟ ଓ ମାଛକୁଣ୍ଡ ପୋଲିସ୍ । ସୁରୁମି ଠାରୁ ହରିୟାନା ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ
ମାଛକୁଣ୍ଡ ପୋଲିସ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହାସହ ଗୋଟିଏ କାର ସହ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୁରୁମି ଠାରୁ ଗୁନେଇପଡା _ଲମତାପୁଟ _ଜୟପୁର ଦେଇ ହରିୟାନାକୁ ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସ୍ ଗଞ୍ଜେଇ ଜବତ କରିଛି ।

ସନ୍ତୋଷ ଖେମୁଣ୍ଡୁ ଓ ସୁରେଶ ନିରକି ନାମକ ୨ଜଣକୁ ଗିରଫ କରାଯାଇଛି । ଗିରଫଙ୍କ ଘର ମାଛକୁଣ୍ଡ ଥାନା ଅଂଚଳର ହୋଇଥିବାବେଳେ, ତଦନ୍ତ ଜାରି ରହିଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.