ନୀଳଗିରି : ସୁନା ବିସ୍କୁଟ ଦେବାକୁ କହି ଠକେଇ । ନକଲି ସୁନା ଦେଖାଇ ଫସାଇଲେ । ବିଶ୍ବାସ ଜନ୍ମାଇ ଗଞ୍ଜାମର ଜଣେ ବେପାରୀଙ୍କଠାରୁ ୧୬ଲକ୍ଷ ଲୁଟିଲେ । ବାଲେଶ୍ବର ନୀଳଗିରି ଅଞ୍ଚଳରେ ଏଭଳି ଠକେଇ ହୋଇଛି । ଅଭିଯୋଗ ପରେ ଥାନାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ନକଲି ସୁନା କାରବାର ପଛରେ ରହିଛି ବଡ ରାକେଟ ।
ସୂଚନା ଅନୁସାରେ ଗତ ମାସ ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ଜିଲ୍ଲା ବୈଦନାଥପୁରର ଯୁବକ କୃଷ୍ଣ ନାୟକ ଜଣେ ବନ୍ଧୁଙ୍କ ସହାୟତାରେ କମ ଦରରେ ସୁନା କିଣିବା ପାଇଁ ବାଲେଶ୍ବରକୁ ଆସିଥିଲେ । ପ୍ରଥମେ ୬ ହଜାର ଟଙ୍କା ଦେଇ ସୁନା ସାମ୍ପଲ ନେଇ ଘରକୁ ଯାଇଥିଲେ । ପୁଣିଥରେ ଅଗଷ୍ଟ ୧୫ ତାରିଖରେ ୧୬ ଲକ୍ଷ ଟଙ୍କା ଦେଇ ୨୦୦ ଗ୍ରାମ ସୁନା କିଣିବା ପାଇଁ ବାଲେଶ୍ବରକୁ ଆସିଥିଲେ । ନକଲି ସୁନା ଆଣି ନିଜକୁ ସୁନା ବେପାରୀ ସଜେଇଥିବା ଲୁଟେରା ମାନେ କପ୍ତିପଦା ନିକଟରେ କୃଷ୍ଣଙ୍କୁ ଛୁରା ମାଡ କରି ସମସ୍ତ ଟଙ୍କା ଲୁଟି ନେଇଥିଲେ । କୃଷ୍ଣ ବରହମପୁର ଥାନାରେ ଅଭିଯୋଗ କରିବା ପରେ ନୀଳଗିରି ପୋଲିସ ଓ ବରହମପୁର ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା କରୁଛି । ଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଗ୍ୟାଙ୍ଗର ଚେର ନୀଳଗିରିରୁ କେନ୍ଦ୍ରାପଡ଼ା ଯାଏ ଲମ୍ବିଛି ।
ଆହୁରି ପଢ଼ନ୍ତୁ : ଭୁବନେଶ୍ୱରରେ ନିର୍ମମ ହତ୍ୟାକାଣ୍ଡ ! ସହକର୍ମୀଙ୍କ ଦ୍ୱାରା ହୋଟେଲ ରୋଷେୟାଙ୍କୁ ହତ୍ୟା