ଅଢ଼େଇ କୋଟିର ବ୍ରାଉନସୁଗର ଜବତ, ୩ଗିରଫ

ଜଳେଶ୍ୱର(କେନ୍ଯୁଜ୍): ଅଢ଼େଇ କୋଟିର ବ୍ରାଉନସୁଗର ଜବତ । କ୍ରାଇମବ୍ରାଞ୍ଚ STF ହାତରେ ବ୍ରାଉନସୁଗର ବେପାରୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୩ ଜଣ ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଆଜି ଜିଲ୍ଲା ଜଜକୋର୍ଟରେ ଅଭିଯୁକ୍ତଙ୍କୁ ହଜାର କରାଯାଇଛି । ଗତକାଲି ଜଳେଶ୍ୱରରେ ଡିଲ ବେଳେ ୨ କେଜି ୪୦୨ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା ଏସ୍‌ଟିଏଫ । ଏଥିସହ ୩ଜଣଙ୍କୁ ଗିରଫ କରାଯାଇଥିଲା । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ । ଗତ ଏକବର୍ଷ ଭିତରେ STF ୩୮କେଜି ବ୍ରାଉନସୁଗର ଜବତ ହୋଇଛି । ୮୪ କ୍ୱିଣ୍ଟାଲ ୨୮ କେଜି ଗଞ୍ଜେଇ ସହ ଶହେ ଜଣଙ୍କୁ ଗିରଫ କରିଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.