ଛୁରୀ ଦେଖାଇ ୨୦ ଲକ୍ଷ ଟଙ୍କା ଓ ୬ ଭରି ସୁନା ଲୁଟ

ନବରଙ୍ଗପୁର : ଛୁରୀ ଦେଖାଇ ୨୦ ଲକ୍ଷ ଟଙ୍କା ଓ ୬ ଭରି ସୁନା ଲୁଟ । ନବରଙ୍ଗପୁରରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଂଧ୍ୟାବେଳେ ଡକାୟତି। ଘରେ ପଶି ଛୁରୀ ଦେଖାଇ ଲୁଟ କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ। ନବରଙ୍ଗପୁର ସହର କେଉଟ ସାହିରେ ଲୁଟ ହୋଇଛି। ସରୋଜ ମହାନ୍ତି ନାମକ ଜଣେ ବ୍ୟବସାୟୀଙ୍କ ଘରେ ଲୁଟ କରିଛନ୍ତି ଦୁର୍ବୃତ୍ତ। ସନ୍ଧ୍ୟାରେ ସରୋଜଙ୍କ ସ୍ତ୍ରୀ ଏକାକୀ ଥିବା ବେଳେ ଘରେ ଦୁଇ ଜଣ ଦୁର୍ବୃତ୍ତ ପଶିଥିଲେ। ଛୁରୀ ଦେଖାଇ ଭୟଭୀତ କରି ତାଙ୍କ ମୁହଁ ଓ ହାତ ବାନ୍ଧି ଦେଇଥିଲେ। ପରେ ଆଲମାରୀରେ ଥିବା ୨୦ ଲକ୍ଷ ଟଙ୍କା ଓ ୬ ଭରି ସୁନା ଲୁଟି ନେଇ ପଳାଇଥିଲେ। ଅଭିଯୋଗ ପରେ ଟାଉନ ପୋଲିସ ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ମିହିର ପଣ୍ଡା, ଅତିରିକ୍ତ ଏସପି ଓ ଟାଉନ ଥାନା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି।

You might also like