ବିନା ହେଲମେଟରେ ଦୃତ ଗତିରେ ସ୍କୁଟି ଧରି ଆସୁଥିଲା ନାବାଳକ, ପୋଲିସ୍ ଧରି କାଟିଲା ୨୬ ହଜାର ଫାଇନ୍‌

ସମ୍ବଲପୁର(କେନ୍ଯୁଜ୍): ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଫାଇନ୍‌ । ସମ୍ବଲପୁର ଟାଉନ୍‌ ଥାନା ପକ୍ଷରୁ ଫାଇନ୍‌ ଆଦାୟ କରାଯାଇଛି । ଚାଉଁରପୁର ବ୍ରିଜ୍‌ ନିକଟରେ ଗାଡି ଯାଞ୍ଚ କରାଯାଉଥିବା ବେଳେ ଫାଇନ୍‌ ଆଦାୟ ହୋଇଛି । ଜଣେ ନାବାଳକ ଏକ ସ୍କୁଟି ଧରି ବିନା ହେଲମେଟରେ ଦୃତ ଗତିରେ ଆସୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା ।

ବାଇକ ଚାଳକ ଜଣକ ନାବାଳକ ଥିବାରୁ ତାଙ୍କ ବାପାଙ୍କୁ ଖବର ଦିଆଯାଇଥିଲା । ପରିବହନ ଅଧିକାରୀଙ୍କ ଉପସ୍ଥିତିରେ ନାବାଳକଙ୍କ ବାପାଙ୍କ ଠାରୁ ମୋଟର ଚାଳନା ଆଇନ ଉଲଂଘନ ପାଇଁ ୨୬ ହଜାର ଟଙ୍କା ଫାଇନ୍‌ ଆଦାୟ କରିଛନ୍ତି।

Leave A Reply

Your email address will not be published.