ରାଜ୍ୟ

ପୁରୀରେ ଧଳାଜହର ର‍୍ୟାକେଟର ପର୍ଦ୍ଦାଫାସ୍: ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ବ୍ରାଉନସୁଗର ଜବତ

ପୁରୀ(କେନ୍ୟୁଜ୍‌): ପୁରୀରେ ଧଳାଜହର ର‍୍ୟାକେଟର ପର୍ଦ୍ଦାଫାସ । ୩ କେଜି ୧୯୨ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୩ କୋଟି ଟଙ୍କା ହେବ । ମଙ୍ଗଳାଘାଟ ଛକରୁ ବ୍ରାଉନସୁଗର ଚାଲାଣ ବେଳେ ଚଢ଼ାଉ କରି ଜବତ କରିଛି ବାସେଳିସାହି ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପୋଲିସ ।

ଘଟଣାର କିଙ୍ଗପିନ କଣାସ ଥାନା କେଶରପୁର ଗାଁର ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ସହ ରାଜକିଶୋର ସାହୁ ଓ ମାନସ ସାହୁକୁ ଗିରଫ କରାଯାଇଛି । ଏବେ ବି ଡିଏସ୍‌ପିଙ୍କ ନେତୃତ୍ୱରେ ୩ଟି ଟିମ୍‌ ଚଢାଉ କରୁଛନ୍ତି । ନଗଦ ୨୦ହଜାର ଟଙ୍କା, ୪ଟି ମୋବାଇଲ ଓ କାର ଜବତ ହୋଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ୩ ଦିନିଆ ରିମାଣ୍ଡରେ ଅଣାଯିବ ବୋଲି ପୁରୀ ଏସପି କନଓ୍ଵର ବିଶାଲ ସିଂ ସୂଚନା ଦେଇଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago