୩୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ, ୧୫ ଗିରଫ

ଭୁବନେଶ୍ୱର : ୩୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ ସହ ୧୫ ଗିରଫ । ଭୁବନେଶ୍ୱରରେ ବଡ଼ଧରଣର ସାଇବର ଅପରାଧର ପର୍ଦ୍ଦାଫାସ ହୋଇଛି । ସାଇବର ଫ୍ରଡ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୧୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀରୁ ୨ ଜଣ ଏବଂ ଓଡ଼ିଶାର ୧୩ ଜଣ ଥିବା ସୂଚନା ମିଳିଛି । ଅଭିଯୋଗ ଆଧାରରେ ଅଧିକ ତଦନ୍ତ କରୁଥିଲେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ । ରାଜ୍ୟରୁ ଦିଲ୍ଲୀ ଯାଏ ଲମ୍ବିଛି ଅପରାଧର ଚେର । ଏନେଇ ଅଧିକ ତଦନ୍ତ ଚାଲିଥିବା କ୍ରାଇମ୍ ବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.