ନକଲି ଜର୍ଦ୍ଦା କାରଖାନାରେ ଚଢ଼ାଉ, ୪୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ପୁରୁଣାବଜାର ହେଲାସାହି ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନାରେ ପୋଲିସର ଚଢ଼ାଉ । ୪୦ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ନକଲି ଜର୍ଦ୍ଦା , ଯନ୍ତ୍ରାଂଶ ଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ଅଛନ୍ତି । ହେଲା ସାହି ଅଞ୍ଚଳରେ ୩ଟି ସ୍ଥାନରେ ବେଆଇନ ଭାବେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ଭଦ୍ରକ ଏସପିଙ୍କ ପାଖରେ ଖବର ପହଞ୍ଚିଥିଲା । ଏସପିଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ୱରେ ପୁରୁଣାବଜାର ପୋଲିସର ଏକ ସ୍ୱତନ୍ତ୍ର ଟିମ ହେଲା ସାହି ଠାରେ ପହଞ୍ଚି ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରୁ ପ୍ରାୟ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦା , ଯନ୍ତ୍ରାଂଶ,ନାମିଦାମୀ କମ୍ପାନୀରେ ଖୋଳ ଓ ବ୍ୟବହୃତ ସାମଗ୍ରୀ କୁ ଜବତ କରିଥିଲେ । ଏଥିରେ ହେଲା ସାହି ଅଞ୍ଚଳର ସେକ ରବାନୀ ଓ ସେକ ଖାଲିକୀକୁ ଗିରଫ କରିଛି ପୋଲିସ ।