୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା, ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର : ଟଙ୍କା ହଡ଼ପ ଅଭିଯୋଗରେ ସମବାୟ ସମିତି ସମ୍ପାଦକ ଗିରଫ । ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକ ଗିରୀଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି । ୨୦୨୧- ୨୦୨୩ ମଧ୍ୟରେ ଚାଷୀଙ୍କ କ୍ଷତିପୂରଣ ଅର୍ଥ ବାଟମାରଣା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଦୁର୍ଗାଦେବୀ କୋଅପରେଟିଭ ସୋସାଇଟିରେ ଇନଚାର୍ଜ ସମ୍ପାଦକ ଥିଲେ ଗିରିଶ । ଗିରଫ ପରେ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ।
ଆହୁରି ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ହେଲା ଶୁଭାରମ୍ଭ, ଉମରକୋଟରୁ ଶୁଭାରମ୍ଭ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…