ଖଣି ଉପନିର୍ଦ୍ଦେଶକଙ୍କ ଘରୁ ବାହାରୁଛି ପୁଳା ପୁଳା ଟଙ୍କା: ଫିକ୍ସ ଡିପୋଜିଟ ୧୬ ଲକ୍ଷ ଟଙ୍କା ଜବତ

ତାଳଚେର : ଖଣି ଉପନିର୍ଦ୍ଦେଶକଙ୍କ ଘରେ ପୁଳା ପୁଳା ଟଙ୍କା ।  ଜବତ ହୋଇଛି ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ।  ଜବତ ହୋଇଛି ୫ଲକ୍ଷ ୫୮ହଜାର ୮୨୦ ଟଙ୍କା ।  ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଉଛି ।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ। ଭୁବନେଶ୍ବର, କେନ୍ଦୁଝର, ତେଲକୋଇ ଓ ତାଳଚେରରେ ଚାଲିଛି ରେଡ୍ ।  ଭୁବନେଶ୍ବର ପଟିଆ ଶିଶୁବିହାରରେ ଚାଲିଛି ଚଢ଼ାଉ ।  ଖାଲି ସେତିକି ନୁହେଁ ବାବୁଙ୍କ ବ୍ୟାଙ୍କ୍ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଦିପୋଜିଟ ରହିଛି ।  ସବୁଠୁ ଆଶ୍ଚର୍ଯ୍ୟର କଥା ୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାକୁ ମାତ୍ର ୨ ବର୍ଷରେ ସୁଝି ଦେଇଛନ୍ତି । ଯାହାକୁ ଜାଣିବା ପରେ ଭିଜିଲାନ୍ସ ଟିମ୍ ମଧ୍ୟ ତାଯୁବ ହୋଇଯାଇଛି ।

ଭୁବନେଶ୍ୱର ଘରକୁ ଛାଡ଼ିଦେଲେ ତାଳଚେରରୁ ମଧ୍ୟ ମିଳିଛି ପୂଳା ପୁଳା ଟଙ୍କା । ରେଡ୍ ବେଳେ ମିଳିଛି ଦାମୀ ଘଣ୍ଟା, ସୁନା ଓ ରୂପା । ଧ ରଣୀଧର ନାୟକଙ୍କ ତେଲକୋଇ ଜଗମୋହନପୁରରେ ରହିଛି ଏକ ମାର୍କଟେ କମ୍ପ୍ଲେକ୍ସ । ଜଟଣୀ ନିକଟରେ ଥିବା କଣ୍ଟିଲୋ ଘରର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ।  ଅନୁଗୁଳ ଅଫିସ ଓ ଭଡ଼ା ଘରେ ବି ଚାଲିଛି ରେଡ୍ ।  ଘଟଗାଁ ବ୍ଲକ ପୁରୁମୁଣ୍ଡାରେ ଥିବା ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଉଛି । ଚଢ଼ାଉରେ ୧୦ DSP, ୧୬ ଇନ୍ସପେକ୍ଟର ଓ ୭ SI ସାମିଲ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.