ସମ୍ବଲପୁର : ବାଇକ୍‌ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ ଅଭିଯୋଗ

କୁଚିଣ୍ଡା(କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ଜମନକିରା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଆଗରୁ ବାଇକ୍‌ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ,କସଡା ଗ୍ରାମର ବିଶ୍ଵନାଥ କୁମୁରା ଏବଂ ତାଙ୍କ ସ୍ତ୍ରୀ ୫୫ ହଜାର ଟଙ୍କା ବାହାର କରି ବାଇକ୍ ନମ୍ୱର୍ ଓ ଡି ୧୫- J-୨୧୧୭ ଡିକି ରେ ରଖି ବଡ଼ରମା ଶାଖା ପଞ୍ଜାବ ନେସନାଲ ବ୍ୟାଙ୍କକୁ କୌଣସି କାମରେ ପଶିଥିଲେ ।

ମାତ୍ର ଦଶ ମିନିଟ ପରେ ବ୍ୟାଙ୍କରୁ ବାହାରି ଗାଡ଼ି ଡିକିର ଲକ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । କୌଣସି ଦୁର୍ବୃତ୍ତ ବାଇକ୍‌ ଡିକି ଭାଙ୍ଗି ଟଙ୍କା ନେଇ ଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଷ୍ଟେଟ୍ ବ୍ୟାଙ୍କ୍ ଓ ପଞ୍ଜାବ ନେସନାଲ ବ୍ୟାଙ୍କ୍ର ସିସିଟିଭି ଫୁଟେଜକୁ ଯାଞ୍ଚ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ବାରମ୍ବାର ବ୍ୟାଙ୍କ କର୍ତ୍ତୃପକ୍ଷ ଗାଡିରେ ଟଙ୍କା ନ ରଖିବାକୁ ସଚେତନ କରୁଥିଲେ ମଧ୍ଯ ଲୋକଙ୍କ ଚେତା ପଶୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.