ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟରୁ ଉଠାଯାଇଛି ୮୫ ଲକ୍ଷ ଟଙ୍କା, ବ୍ୟାଙ୍କ ପିଅନ ଓ ଷ୍ଟାଫଙ୍କ ନାଁରେ ମାମଲା ରୁଜୁ

ଇଣ୍ଡିଆନ୍ ବ୍ୟାଙ୍କ ନାଁରେ ସାଂଘାତିକ ଅଭିଯୋଗ । ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟରୁ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା । ବ୍ୟାଙ୍କର ପିଅନ,ବ୍ୟାଙ୍କଷ୍ଟାଫ, ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ମାମଲା ରୁଜୁ । କେନ୍ଦ୍ରାପଡା ଜିଲ୍ଲା ଆଳି ସିଙ୍ଗିରିବଜାର ଠାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଉଠାଣ ହୋଇଥିବା ଅଭିଯୋଗ ହୋଇଛି ।

ଆଳି (କେନ୍ୟୁଜ): ଇଣ୍ଡିଆନ୍ ବ୍ୟାଙ୍କ ନାଁରେ ସାଂଘାତିକ ଅଭିଯୋଗ । ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟରୁ ଉଠାଯାଇଛି ଲକ୍ଷ ଲକ୍ଷ ଟଙ୍କା । ବ୍ୟାଙ୍କର ପିଅନ,ବ୍ୟାଙ୍କଷ୍ଟାଫ, ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ମାମଲା ରୁଜୁ । କେନ୍ଦ୍ରାପଡା ଜିଲ୍ଲା ଆଳି ସିଙ୍ଗିରିବଜାର ଠାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ଗ୍ରାହକଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଉଠାଣ ହୋଇଥିବା ଅଭିଯୋଗ ହୋଇଛି ।

ଇଣ୍ଡିଆନ ବ୍ୟାଙ୍କ ଶାଖାରେ ବନ୍ଧସାହି-ବିଲିକଣା ଗାଁର ସୁରେନ୍ଦ୍ର କୁମାର ନାୟକ ଓତାଙ୍କ ପରିବାର ଲୋକଙ୍କ ୫ଟି ଆକାଉଣ୍ଟ ରହିଛି । ତେବେ ଏହି ୫ଟି ଆକାଉଣ୍ଟରୁ ପ୍ରାୟ ୭୦ ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ଆଳି ଥାନାରେ ସୁରେନ୍ଦ୍ର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବ୍ୟାଙ୍କର ପିଅନ,ବ୍ୟାଙ୍କଷ୍ଟାଫ, ଓ ପୂର୍ବତନ ଶାଖା ପରିଚାଳକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ୍ । ବ୍ୟାଙ୍କର ପିଆନ ସତ୍ୟାନନ୍ଦ ଘଡାଇକୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି ।