ରାୟଗଡା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି ଦୀର୍ଘ ୪ମାସ ପରେ ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି (ବୁଧବାର) ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି କରାଯାଇଛି । ଯାହା ରାତି ୯.୩୦ରେ ସରିଛି । ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ । ତେବେ ହୁଣ୍ଡିରୁ ସମୁଦାୟ ହୁଣ୍ଡିରୁ ମୋଟ ୯୯ ଲକ୍ଷ ୭୨ ହଜାର ୨୨୫ଟଙ୍କା ମିଳିଛି। ଏହାସହ ୨ କେଜି ୩୯୨ ଗ୍ରାମ ରୁପା, ୫୩ ଗ୍ରାମ ସୁନା, ୩୧ଟି ବିଦେଶୀ ମୁଦ୍ରା ମିଳିଛି। ମନ୍ଦିରରେ ଥବା ମୋଟ ୯ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା । ହୁଣ୍ଡିରୁ ୪ଟି ଦେଶର ବିଦେଶୀ ନୋଟ ମିଳିଛି ।
ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା । ଦୀର୍ଘ ୧୦ ଘଣ୍ଟା ଧରି ଚାଲିଥିଲା ଗଣତି । ଗତ ୪ମାସ ତଳେ ତଥା ମାର୍ଚ୍ଚ ୧୮ତାରିଖ ଦିନ ହୁଣ୍ଡିରୁ ପ୍ରାୟ ୮୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସଂଗ୍ରହ କରାଯାଇଥିଲା। ସେଥିରୁ ସୁନା, ରୂପା ଏବଂ ୬୨ଟି ବିଦେଶୀ ନୋଟ୍ ସଂଗ୍ରହ ହୋଇଥିଲା ।
ଗତ ୪ ମାସ ତଳେ ଅର୍ଥିତ୍ ମାର୍ଚ୍ଚ ୧୮ ତାରିଖ ଦିନ ଦାନ ହୁଣ୍ଡିରୁ ୮୯ ଲକ୍ଷ ୭୨ ହଜାର ୨୨୫ଟଙ୍କା, ସୁନା ୬୨ ଗ୍ରାମ ଓ ରୁପା ୨ କେଜି ୩୦୦ ଗ୍ରାମ ସଂଗ୍ରହ ହୋଇଥିବା ବେଳେ ୬୨ ଟି ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା ।