୧୦ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭଗତ, ଅଖିଳଭାରତୀୟ କାର୍ଯ୍ୟକାରୀମଣ୍ଡଳ ବୈଠକରେ ଦେବେ ଯୋଗ

ଭୁବନେଶ୍ୱର(କେନ୍ୟଜ୍): ଓଡ଼ିଶା ଆସୁଛନ୍ତି ଆରଏସଏସ ମୁଖ୍ୟ । ୧୦ ଦିନିଆ ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ । ଆସନ୍ତା ମଙ୍ଗବାର ଭୁବନେଶ୍ୱରରେ ୧୦ ଦିନିଆ କାର୍ଯ୍ୟକ୍ରମ ହେବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଅଖିଳଭାରତୀୟ କାର୍ଯ୍ୟକାରୀମଣ୍ଡଳ ବୈଠକ ଅନୁଷ୍ଠିତ ହେବ । ଏଥିରେ RSSର ସମସ୍ତ ରାଜ୍ୟ ସଂଘ ପ୍ରମୁଖ ଯୋଗଦେବେ । RSSର ୩୨୦ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ । ସର ସଂଘ ଚାଳକ ମୋହନ ଭାଗବତଙ୍କ ସହ ସମସ୍ତ ସର କାର୍ଯ୍ୟବାହ ଓ ସହ ସର କାର୍ଯ୍ୟବାହ ମଧ୍ୟ ଯୋଗଦେବେ । ବିବିଧ କ୍ଷେତ୍ରର ପ୍ରମୁଖମାନେ ମଧ୍ୟ ଉପସ୍ଥିତ ରହିବେ । ମଣ୍ଡଳ ବୈଠକରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା, BJP ରାଷ୍ଟ୍ରୀୟ ସାଂଗଠନିକ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ ଯୋଗ ଦେଇପାରନ୍ତି ।

mohan bhagat

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.