ଭାରତକୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ, ମୋହନାରେ ଅନୁଷ୍ଠିତ ହେଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସମ୍ମିଳନୀ

ଆସନ୍ତା ୨୦୨୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏକ ଶହ ବର୍ଷ ରେ ପଦାର୍ପଣ କରିବ। ତେଣୁ ସଂଘ କାର୍ଯ୍ୟକୁ ଆହୁରି ବିସ୍ତାର କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ହିନ୍ଦୁ ଧର୍ମାବଲମ୍ବି ଜନସାଧାରଣ ସ୍ଥାନୀୟ ଶିବମନ୍ଦିରରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ।

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଠାରେ ଉତ୍କଳ ଦିବସ ଏବଂ ହିନ୍ଦୁ ନବବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ମନ୍ଦିରର ଗୁରୁଜୀ ଖେମ୍ପୋପେମା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଂଘର ଅଖିଳଭାରତୀୟ ସହ ସର କାର୍ଯ୍ୟବାହ ରାମଦତ୍ତ ଚକ୍ରଧର ଯୋଗ ଦେଇ ନିଜ ଅଭିଭାଷଣରେ ଭାରତକୁ ବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ସମସ୍ତ ଏକାଠି ହେବାପାଇଁ ଆହ୍ୱାନ କରିଥିଲେ।

ଆସନ୍ତା ୨୦୨୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଏକ ଶହ ବର୍ଷ ରେ ପଦାର୍ପଣ କରିବ। ତେଣୁ ସଂଘ କାର୍ଯ୍ୟକୁ ଆହୁରି ବିସ୍ତାର କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ହିନ୍ଦୁ ଧର୍ମାବଲମ୍ବି ଜନସାଧାରଣ ସ୍ଥାନୀୟ ଶିବମନ୍ଦିର ରୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ।  ପରେ ସଂଘରର ସ୍ୱୟଂସେବକ ମାନେ ପୂର୍ଣ୍ଣ ଗଣବେଶରେ ଘୋଷବାଦ୍ୟ ସହ ସଞ୍ଚାଳନ କରିଥିଲେ।

ଅପରାହ୍ନରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱୟଂ ସେବକମାନେ ଶାରୀରିକ ପ୍ରଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବିଭାଗ ସଙ୍ଘ ଚାଳକ ଭଗବାନ ତ୍ରିପାଠୀ, ଗଜପତି ଜିଲ୍ଲା ସଙ୍ଘ ଚାଳକ ଗୌରାଙ୍ଗ ପାଣିଗ୍ରାହୀ, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସହ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍, ଜିଲ୍ଲା କlର୍ଯ୍ୟବାହ ଅମୂଲ୍ୟ ପାତ୍ର, ସହ ଜିଲ୍ଲା କlର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧିଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂ ସେବକମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.