ଯାଜପୁର ଟାଉନ (କେନ୍ୟୁଜ୍) : ଆଜି ପବିତ୍ର ବିଜୟା ଦଶମୀ ଅବସରରେ ଯାଜପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏନସି କଲେଜ ପଡିଆରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ୧୦ଟି ଖଣ୍ଡ ୨ଟି ନାଗରରୁ ଶତାଧିକ ସ୍ୱୟଂସେବକ ଅଂଶଗ୍ରହଣ କରିଥିଲେ । ସମସ୍ତେ ମାର୍ଚ୍ଚପାଷ୍ଟ କରି ଏହି ଅବସରରେ ଘୋଷ ବାହିନୀ ସହ ପଥ ସଂଚାଳନ କାର୍ଯ୍ୟକ୍ରମରେ ସହର ପରିକ୍ରମା କରାଯାଇଥିଲା । ପରେ ସ୍ୱୟଂସେବକ ମାନଙ୍କ ଦ୍ୱାରା ବିଭିନ୍ନ ଶାରିରିକ ଶିକ୍ଷା ପ୍ରଦର୍ଶିତ ହୋଇଥିଲା ।
ନିଜେ ସୁସ୍ଥ ହେଲେ ସମାଜ ସୁସ୍ଥ ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ନିଜ ଦେଶ ପାଇଁ ସମର୍ପିତ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା ।