ଭୁବନେଶ୍ବର: ବଢୁଛି ଆରଏସଏସର ସଂଗଠନ, ସୂଚନା ଦେଲେ ଡ. ମନମୋହନ ବୈଦ୍ୟ

ଭୁବନେଶ୍ବର(କେନ୍ୟୁଜ୍): ବଢୁଛି ଆରଏସଏସର ସଂଗଠନ । ପ୍ରତିବର୍ଷ ହାରାହାରି ୧୫ ଶହ ଶାଖା ବଢୁଛି । ୨୦୧୦ ମସିହାରୁ ୧୦୧୯ ମଧ୍ୟରେ ସଂଘର ଶାଖା ଅଧିକ ବଢିିଛି । ଏଥିପାଇଁ ସଂଘର କାଯ୍ୟର୍କର୍ତ୍ତା ଅଧିକ ପରିଶ୍ରମ କରୁଛନ୍ତି । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆରଏସଏସର  କାର୍ଯ୍ୟବାହ ଡ. ମନମୋହନ ବୈଦ୍ୟ । ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକକୁ ଉଦଘାଟନ କରିଛନ୍ତି ମୋହନ ଭାଗବତ । ସର କାର୍ଯ୍ୟବାହ ଭୈୟାଜୀ ଯୋଶୀଙ୍କ ସମେତ ଅଖିଳ ଭାରତୀୟ କ୍ଷେତ୍ର ଓ ପ୍ରାନ୍ତର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି । ପାଖାପାଖି ୪ଶହ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.