ଆରଟିଆଇ ଅଫିସ ନିଯୁକ୍ତିରେ ବିଳମ୍ବ ନେଇ ଓଡ଼ିଶା ସମେତ ୮ରାଜ୍ୟକୁ ନୋଟିସ୍

supreme courtଭୁବନେଶ୍ବର: ଆରଟିଆଇ ଅଫିସର ନିଯୁକ୍ତିରେ ବିଳମ୍ବ ନେଇ ଓଡ଼ିଶା ସମେତ ୮ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ୍ ଦିଆଯାଇଛି। ହଜାର ହଜାର ସଂଖ୍ୟାରେ ଆରଟିଆଇ ମାମଲା ବିଚାର ନହୋଇ ପଡ଼ି ରହିଛି। ଏ ସମୟରେ ଆରଟିଆଇ ଅଫିସର ନିଯୁକ୍ତିରେ କାହିଁକି ବିଳମ୍ବ ହେଉଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି। କେନ୍ଦ୍ର ସରକାର ଓ ୮ଟି ରାଜ୍ୟ- ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନା ଓ କର୍ଣ୍ଣାଟକକୁ ଉତ୍ତର ଦେବାକୁ କହିଛନ୍ତି। କେନ୍ଦ୍ରୀୟ ସୂଚନା କମିଶନଙ୍କ ନିକଟରେ ୨୩ ହଜାର ୫ଶହ ଆରଟିଆଇ ମାମଲା ବିଚାର ପାଇଁ ପଡି ରହିଛି। ସେହିପରି ମହାରାଷ୍ଟ୍ରରେ ୪୦ ହଜାର, କର୍ଣ୍ଣାଟକରେ ୩୩ ହଜାର ଓ କେରଳରେ ୧୪ ହଜାର ଆର୍ଟିଆଇ ମାମଲା ପଡିରହିଛି। ଆରଟିଆଇ ଅଫିସର ଓ ସୂଚନା କମିଶନ ନିଯୁକ୍ତିରେ ଟାଳଟୁଳ ନୀତି ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଆନ୍ଧ୍ରପ୍ରଦେଶରେ ଜଣେ ବି ସୂଚନା କମିଶନ ନିଯୁକ୍ତି ପାଇନଥିବା ଆବେଦନକାରୀ କୋର୍ଟରେ ଜଣାଇଛନ୍ତି। ସୂଚନା ପାଇବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। କିନ୍ତୁ ଏ ନେଇ ପଦକ୍ଷେପ ନିଆ ଯାଇ ନଥିବାରୁ ସୁପ୍ରିମ୍‌କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.