ହାଇୱା ଧକ୍କାରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା, ଟାୟାର ଜାଳି ଅବରୋଧ କଲେ ରାସ୍ତା

ବାସୁଦେବପୁର(କେ ନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ଧାମରା ରାସ୍ତାର ଅଟଲ ବିହାରୀ ଛକ ନିକଟରେ ଟ୍ରକ ଧକ୍କାରେ ଏକ ଆଇଟିଆଇ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଛାତ୍ର ଜଣକ ବିନାୟକପୁର ପଂଚାୟତର ସୁକାନ୍ତ ସାହୁଙ୍କ ପୁଅ ରିଙ୍କୁ କୁମାର ସାହୁ ବୋଲି ଜଣାପଡିଛି । ରିଙ୍କୁ ବାସୁଦେବପୁର ସ୍ଥିତ ସତ୍ୟସାଇ ଆଇଟିଆଇର ୨ୟ ବର୍ଷର ଛାତ୍ର । ସେ ଆଜି ନିଜ କଲେଜକୁ ପରୀକ୍ଷା ଦେବା ପାଇଁ ମୋଟର ସାଇକେଲ ଯୋଗେ ଅସୁଥିବାବେଳେ ପଛପଟୁ ଦୃତ ଗତିରେ ଆସୁଥିବା ଏକ ହାଇଓୁା ଟ୍ରକ ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ରିଙ୍କୁର ମୃତ୍ୟୁ ଘଟିଥିଲା । ଏହାକୁ ନେଇ କଲେଜ ଛାତ୍ର ଗ୍ରାମବାସୀ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ତୁରନ୍ତ ରାସ୍ତା ନିର୍ମାଣ ସାରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀ କରି ହୋହାଲ୍ଲା କରିଥିଲେ । ଘ ଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.