ଭୁବନେଶ୍ୱର : ଗୃହରେ ଗ୍ୟାସ ତାତି । ଚାଲିପାରିଲାନି ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ । ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା । ଗ୍ୟାସ୍ ଅଭାବକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି । ଗୃହ କାର୍ଯ୍ୟ ଚାଲନପାରିବାରୁ ପୂର୍ବାହ୍ଣ ୧୧ଟା୩୦ ଯାଏ ଗୃହ ମୁଲତବି ରଖିଥିଲେ ବାଚସ୍ପତି । ପୁଣି ଦିନ ୧୨ ଟା ୧୦ ଯାଏ ଗୃହ ମୁଲତବି ରଖିଛନ୍ତି । ଗୃହ ଆରମ୍ଭରୁ ହଟ୍ଟଗୋଳ କଲେ କଂଗ୍ରେସ ବିଧାୟକ । Lpg ଗ୍ୟାସ ଅବ୍ୟବସ୍ଥl, ଗ୍ୟାସ ମିଳୁ ନାହିଁ ଲୋକ ହନ୍ତସନ୍ତ ନେଇ ନାରା ବାଜି କଲେ । ମାତ୍ର 11 ମିନିଟ ଚାଲିଳା ଗୃହ । ମୁଖ୍ୟମନ୍ତ୍ରୀ ଆସି ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କଲେ ବିରୋଧୀ ।
ଏପଟେ ରାଜ୍ୟରେ ପ୍ରଚୁର ଗ୍ୟାସ ଅଛି । ଏକଥା ଯୋଗାଣ ମନ୍ତ୍ରୀ ବାର ବାର ସ୍ପଷ୍ଟ କରିଛନ୍ତି । ପୂର୍ବରୁ 21 ଦିନ ବୁକିଂ ଥିବାବେଳେ ଏବେ ଭାରତ ସରକାର ଏହାକୁ 25 ଦିନ କରାଯାଇଛି। ଏଭିଳି ସମୟରେ ବିରୋଧୀ ଗୁଜବ ପ୍ରଚାର କରୁଛନ୍ତି।ଏହି ସମୟ ରାଜନୀତି କରିବା ସମୟ ନୁହେଁ। କେନ୍ଦ୍ର ସରକାରଙ୍କ ସହ ଠିଆ ହେବାର ସମୟ। ଯେ କୌଣସି କଳା ବାଜରୀକୁ ପ୍ରତିହତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଜନ ସାଧାରଣଙ୍କ ସୁବିଧା ପାଇଁ ସରକାର ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।