ନବୀନ ନିବାସରେ ରୁଦ୍ର ପ୍ରତାପ ମହାରଥୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଗ୍ରହଣ କଲେ ଟିକେଟ୍

କେନ୍ୟୁଜ୍(ବ୍ୟୁରୋ):  ନବୀନ ନିବାସରେ ରୁଦ୍ର ପ୍ରତାପ ମହାରଥୀ । ପିପିଲରୁ ବିଜେଡି ପ୍ରାର୍ଥୀ ହେବା ପରେ ପରିବାର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୁଦ୍ର ପ୍ରତାପ ମହାରଥୀ । ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କଠାରୁ ଟିକେଟ୍‌ ନେଇଛନ୍ତି ରୁଦ୍ର ମହାରଥୀ ।

ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସହ ଆସି ଟିକେଟ୍‌ ନେଇଛନ୍ତି । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ରୁଦ୍ର ମହାରଥୀ । ପରିବାର ଲୋକଙ୍କ ସହ ଦେବୀ ମିଶ୍ର ଓ ପ୍ରଣବ ବଳବନ୍ତରାୟ ସାଙ୍ଗରେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.