ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କଲା ଦଳ

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପିପିଲି ପାଇଁ ପ୍ରାର୍ଥୀ କରିଛି ଦଳ । ଏପ୍ରିଲ ୧୭ ତାରିଖରେ ପିପିଲି ପାଇଁ ଭୋଟ୍‌ ପଡ଼ିବ ।

ମେ ୨ରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ନୁଆ କରି ନିର୍ବାଚନ ମଇଦାନକୁ ଓହ୍ଲାଇବେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର। ପୂର୍ବରୁ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଓ ତାଙ୍କ ପୁଅଙ୍କ ମଧ୍ୟରେ କାହାକୁ ବାଛିବ ଦଳ ତାକୁ ନେଇ ଦ୍ବନ୍ଦ ଲାଗିରିଥିଲେ।  ଆଜି ରୁଦ୍ରଙ୍କ ନାମ ଉପରେ ବିଧିବଦ୍ଧ ଭାବେ ମୋହର ଲଗାଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.