ରଗବି ସେଭେନ୍ସ ଚମ୍ପିୟନସିପ ଜିତିଥିବା ଓଡିଆ ଖେଳାଳିଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧନା, ଟିମ୍‌କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

କେନ୍ୟୁଜ୍(ବ୍ୟୁରୋ):ଉଜବେକିସ୍ତାନରେ ଆୟୋଜିତ ରଗବି ସେଭେନ୍ସ ଚମ୍ପିୟନସିପରେ ୧୮ ବର୍ଷରୁ କମ ବାଳିକା ଟିମ ରୌପ୍ୟ ଜିତି ଆସିବା ପରେ ଆଜି ଲୋକସେବା କନଭେନସନ ସେଣ୍ଟରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଦକ ଜିତିଥିବା ସମସ୍ତ ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା କରାଯାଇଛି । ଏହି ସମାରୋହରେ ଓଡ଼ିଶା ସରକାର, ରଗବୀ ଇଣ୍ଡିଆ ଏବଂ ସହଯୋଗୀ ପାର୍ଟନର ବ୍ଲେଡ୍‌ ଅର୍ବାନ ଏୟାର ମୋବିଲିଟି ଭାରତୀୟ ୧୮ ବର୍ଷରୁ କମ ବାଳିକା ରଗବୀ ଦଳ ଏବଂ କୋଚଙ୍କୁ ନଗଦ ପୁରସ୍କାର ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କ ତରଫରୁ ରଗବି ଇଣ୍ଡିଆ ଟିମ୍‌କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ଏବଂ ବ୍ଲେଡ ଇଣ୍ଡିଆ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ହଜାର ଲେଖାଏଁ ଦିଆଯିବ ।

ସେହିପରି ରଗବି ଇଣ୍ଡିଆ ପକ୍ଷରୁ ମଧ୍ୟ ପ୍ରତି ଖେଳାଳି ଓ କୋଚଙ୍କୁ ୨୫ ହଜାର ବୋନସ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଇଭେଣ୍ଟରେ ଭାରତୀୟ ରଗବୀ ଦଳର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଓଡ଼ିଶା ୩ ବର୍ଷ ପାଇଁ ଟିମ୍‌ର ପ୍ରାୟୋଜକ ରହିଛି । ଏସିଆର ବିଭିନ୍ନ ଦେଶରୁ ମୋଟ ୫ଟି ଦେଶ – କାଜାଖସ୍ତାନ, କିର୍ଗିଜସ୍ଥାନ, ୟୁଏଇ, ଭାରତ ଏବଂ ଆୟୋଜକ ଉଜବେକିସ୍ତାନ ଏହି ଚାମ୍ପିୟନଶିପରେ ଶ୍ରେଷ୍ଠ ସମ୍ମାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

rugby1

ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, କ୍ରୀଡା ବିଭାଗର ସଚିବ ଭିନିଲ କ୍ରୀଷ୍ଣା, ରଗବି ଇଣ୍ଡିଆ ସଭାପତି ବିକ୍ରମ ଆହୁଜା ଏବଂ ରଗବି ବୋର୍ଡ ମେମ୍ବର ରାହୁଲ ବୋଷ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.