ଯାଜପୁର: ଦଶରଥପୁରର ଦିଲ୍ଲୀପ ତିର୍କୀ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ରଗବୀ ଇଣ୍ଡିଆର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର ଟାଉନ(କେନ୍ୟୁଜ୍): ରଗବୀ ଇଣ୍ଡିଆ ଦ୍ଵାରା ଓଡ଼ିଶା ରଗବୀ ଫୁଟବଲ୍ ଆସୋସିଏସନ୍ ଏବଂ ଯାଜପୁର ରଗବୀ ଫୁଟବଲ ଆସୋସିଏସନର ମିଳିତ ସହଯୋଗରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।  ଦଶରଥପୁର ଉଚ୍ଚ ବିଦ୍ୟାଳୟ ସ୍ଥିତ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଖେଳାଳୀ, କୋଚ୍, ଖେଳ ଶିକ୍ଷକ, ଅଫିସିଆଲ୍ ମାନଙ୍କର ଏହି ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ରଗବୀ ଇଣ୍ଡିଆର ସହକାରୀ ପ୍ରଶିକ୍ଷକ ରେହେମୁଦ୍ଦିନ୍ ସେକ୍,(ମୁମ୍ବାଇ), ରଗବୀ ଇଣ୍ଡିଆର ଡେଭଲପମେଣ୍ଟ ଅଫିସର ସେଫୁଲା ଖାନ୍ (ଦିଲ୍ଲୀ),ବିକାଶ ଚୌରାଶିଆ,(କଲିକତା), ଏସ୍ ସେସୁ (ତେଲେଙ୍ଗାନା) , ଧିରେନ୍ ରାଉତ୍ (ଓଡ଼ିଶା) ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନା କରିଥିଲେ ।

 ଯାଜପୁର ଜିଲ୍ଲାରୁ ୧୨୦ ଜଣ ରଗବୀ ଖେଳାଳି,୨୦ ଜଣ କୋଚ୍ ଓ ଖେଳ ଶିକ୍ଷକ ଭାଗନେଇଥିବା ବେଳେ ଦଶରଥପୁର ଉଚ୍ଚ ବିଦ୍ୟାଳୟ, ଉଚ୍ଚତର ବିଦ୍ୟାଳୟ ଓ କରୁଣାକର ବେଦ ବିଦ୍ୟାଳୟ ରୁ ୩୫୦ ଜଣ ଛାତ୍ର ଛାତ୍ରୀ ଶିବିରରେ ଯୋଗ ଦେଇଥିଲେ । ଜିଲ୍ଲା ରଗବୀ ଫୁଟବଲ ଆସୋସିଏସନ୍ ସଭାପତି ନାରାୟଣ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜ ସେବୀ ତଥା ଯାଜପୁର ର ବିଧାୟକଙ୍କ ଲୋକପ୍ରତିନିଧି କର୍ଣ୍ଣାଟ କେଶରୀ ଦାଶ , ସମ୍ମାନିତ ଅତିଥି ଭାବେ ସମାଜସେବୀ ସରୋଜ ମହାପାତ୍ର , ଦଶରଥପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା,ସମିତି ସଭ୍ୟ ମହେଶ୍ବର ସାହୁ , ପ୍ରମୁଖ ଯୋଗ ଦେଇ ରଗବୀ ଇଣ୍ଡିଆ ର ସମସ୍ତ କର୍ମକର୍ତ୍ତା , କୋଚ୍ ଏବଂ କ୍ରୀଡା ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଯାଜପୁର ଜିଲ୍ଲାରୁ ଓଡ଼ିଶା ଜୁନିଅର ଦଳରେ ସ୍ଥାନ ପାଇ ଜାତୀୟ ରଗବୀ ଫୁଟବଲ ଚାମ୍ପିଅନସିପରେ ଚାମ୍ପିଅନ ହୋଇଥିବା ଆକାଶ ସାହୁଙ୍କୁ ଜିଲ୍ଲା ରଗବୀ ଆସୋସିଏସନ୍ ତରଫରୁ ନଗଦ ୧୦ ହଜାର ଟଙ୍କା ସହ ଉପଢୌକନ ପ୍ରଦାନ କରାଯାଇଥିଲା । ଜିଲ୍ଲା ରଗବୀ ଆସୋସିଏସନ୍ ର ସଂପାଦକ ତଥା ଓଡ଼ିଶା ରଗବୀ ଆସୋସିଏସନ୍ ସଂଯୋଜକ ଭରତ ସାହୁ କ୍ରୀଡା ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରମୋଦ ସାହୁ ଅତିଥି ପରିଚୟ ଓ ବାସୁଦେବ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡାବିତ ବିଗ୍ନେଶ୍ୱର ମଲ୍ଲିକ , ମନୋଜ ମଲ୍ଲିକ, ପ୍ରସନ୍ନ କାୟସ୍ତ , ସୟେନା ବେଗାମ , ଶଶି ବେହେରା , ଦେନରଞ୍ଜନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.