ଟଣା ହେଲା ରୁକୁଣା ରଥ, ମାଉସୀ ମାଅ ମନ୍ଦିର ଅଭିମୁଖେ ଗଲେ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ପବିତ୍ର ଅଶୋକାଷ୍ଟମୀ। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ରଥ ଚଢ଼ି ମାଉସୀ ମାଆ ମନ୍ଦିର ଅଭିମୁଖେ ବାହାରିଛନ୍ତି ପ୍ରଭୁ ଶ୍ରୀ ଲିଙ୍କରାଜ। ହଜାର ହଜାର ଭକ୍ତ ଆନନ୍ଦ ଉଲ୍ଲାସରେ ରୁକୁଣା ରଥକୁ ଟାଣି ନେଉଛନ୍ତି। ସମସ୍ତ ନୀତିକ୍ରାନ୍ତି ସରିବା ପରେ ସାଢ଼େ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ତା ପୂର୍ବରୁ ପହଣ୍ଡିରେ ଶ୍ରୀଜିଉଙ୍କୁ ରଥାରୁଢ଼ କରାଯାଇଥିଲା। ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଦେଖିବା ପାଇଁ ଏକାମ୍ର କ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।