ବଣାଇ ଅଂଚଳରେ ଗୁଜବ: ଟିକା ନନେଲେ ପଞ୍ଚାୟତରୁ ନାଁ କଟିଯିବ ବୋଲି ଚର୍ଚ୍ଚା, ଚିକିତ୍ସାଳୟରେ ଲୋକଙ୍କ ଭିଡ

ବଣାଇ (କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଟିକା ଗୁଜବ । ଟିକା ନନେଲେ ପଞ୍ଚାୟତରୁ ନାଁ କଟିଯିବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଲୋକଙ୍କ ଭିଡ ଜମିଛି। ରାସନ କାର୍ଡ, ଜବକାର୍ଡ, ଭତ୍ତା ଭଳି ବିଭିନ୍ନ ସୁବିଧାରୁ ବଞ୍ଚିତ ହେବେ । ଏପରିକି ଟିକା ନେଇନଥିବା ଲୋକ ବସ୍‌ରେ ଯାଇପାରିବେନି ବୋଲି ଚର୍ଚ୍ଚା ହେଉଛି।

ଏଥିପାଇଁ ସକାଳେ ଟିକା ନେବାକୁ ପୂର୍ବଦିନ ସନ୍ଧ୍ୟା ୭ଟାରୁ ଆସି ବସୁଛନ୍ତି ଲୋକ । ଇଟା, ଚପଲ, ଛତା, ପାଣି ବୋତଲ, ପତ୍ର ରଖି ଲାଇନ ଲଗାଉଛନ୍ତି। ଏପରିକି ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ରାତିରେ ମେଡିକାଲ ଆଗରେ ମସାରୀ ଟାଣି ଶୋଉଛନ୍ତି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.