ନୃଶଂସ ହତ୍ୟା : ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ଯୁଜ୍) :ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ ।  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଏହି ନୃଶଂସ ହତ୍ୟା ଘଟିଛି । ମୃତକ ହେଲେ ସାଲେଭଟାର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନ । ଭୂଜାଲି ଓ ଠେଙ୍ଗାରେ ପିଟି ପିଟି ମାରି ଦେଇଛନ୍ତି ଦୁର୍ବୃତ୍ତ ।

ଗତତାଲି ବିଳମ୍ବିତ ରାତିରେ ପର୍ଶୁରାମ ଘରକୁ ଫେରୁଥିବାବେଳେ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ୍ତମାନେ ହତାଠ୍‌ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରେଢାଖୋଲ ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ସେଠାରେ ତାଙ୍କୁ ମୃତ୍ୟୁ ହୋଇଥିଲା । ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ପୂର୍ବ ଶତୃତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।