ଆନନ୍ଦପୁର କଣିଆରୀ ଗ୍ରାମ ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଗଲେ ଡ୍ରାଇଭର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଢେଙ୍କା ପଞ୍ଚାୟତ କଣିଆରୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମର ନିର୍ମାଣଧୀନ ପାଣିଟାଙ୍କି ଅଭିମୁଖେ ଆସୁଥିବା ଏକ କାରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ଯାହାଫଳରେ କାରଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ତେବେ କାରରେ କେବଳ ଡ୍ରାଇଭ୍ ଥିବାବେଳେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜଣଙ୍କ ଚଳନ୍ତା ଗାଡିରୁ ଡେଇଁପଡିଥିଲେ । ଗାଁ ଲୋକେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଆୟତ କରିପାରିନଥିଲେ। ଖବର ପାଇ ଘଟଣାସ୍ଥଳରେ ହାଟଡିହି ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ଗାଡିଟି ସମ୍ପୂଣ୍ଣ ପୋଡି ପାଉଁଶ ହୋଇଯାଇଥିଲା।

Leave A Reply

Your email address will not be published.