ଭୁବନେଶ୍ୱର ଇନ୍ଫୋସିଟି ଥାନା ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଗାଡି
ଭୁବନେଶ୍ୱର : ଚଳନ୍ତା ଗାଡିରେ ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଗାଡ଼ି । ଭୁବନେଶ୍ୱର ଇନ୍ଫୋସିଟି ଥାନା ନିକଟରେ ଏକ ଗାଡି ସଂପୂର୍ଣ୍ଣ ଜଳି ଯାଇଛି । ଗାଡିଟି ବ୍ଲିଚିଂ ପାଉଡର ନେଇ ଶିଖରଚଣ୍ଡି ଆଡକୁ ଯାଉଥିଲା । ଗାଡ଼ିରେ ଥିବା ଏସିଡ୍ରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି ।