ପୁଣି ଚମକାଇଦେଲା ବାଲେଶ୍ବର ପୋଲିସ: ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

ବାଲେଶ୍ବର(କେନ୍ୟୁଜ୍): ରେକର୍ଡ ପରିମାଣର ବ୍ରାଉନ ସୁଗର ଜବତ କରି ଚକ୍କିତ କଲା ବାଲେଶ୍ଵର ପୋଲିସ । ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ତତ୍ତ୍ଵାବଧାନରେ ୧୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗରର ପରିମାଣ ୧୦ କେଜି ବୋଲି ପୋଲିସ କହିଛି । ଏହି ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ସୂଚନା ମିଳିଛି । ଅନ୍ୟସମସ୍ତ ଅଭିଯୁକ୍ତ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରର ବୋଲି ପୋଲିସ କହିଛି ।

ଆଜି ଏନେଇ ପୂର୍ବାଞ୍ଚଳ ଆଇ ଜି ହିମାଂଶୁ ଲାଲ ଓ ଏସ ପି ସୁଧାଂଶୁ ଶେଖର ମିଶ୍ର ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସମସ୍ତ ବ୍ରାଉନ ସୁଗର ଆସାମ ଓ ପଶ୍ଚିମବଙ୍ଗ ବୋର୍ଡରରୁ ଆସୁଥିଲା ଯାହା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାନ୍ତା। ପୂର୍ବ ପ୍ରସ୍ତୁତି କ୍ରମେ ବାଲେଶ୍ଵର ପୋଲିସ ଫୁଲାଡ଼ି ଠାରୁ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଅଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡିଥିବା ବେଳେ ପୋଲିସର ରେଡ ବେଳେ ଛତ୍ରଭଙ୍ଗ ଦେଇଥିଲେ । ସେହିଭଳି ଗିରଫଙ୍କ ଠାରୁ ଦୁଇଟି ମଟର ସାଇକେଲ ୬ ଟି ମୋବାଇଲ ଓ ୨୧ ହଜାର ଟଙ୍କା ନଗଦ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.