ରାଜ୍ୟ

ଚାଷ ଓ ଚାଷୀଙ୍କୁ ସ୍ୱାବଲମ୍ବି କରିବ ଜୈବିକ କୀଟନାଶକ; ସୋଆ ଛାତ୍ରଗୋଷ୍ଠୀଙ୍କ ଦ୍ୱାରା ଗ୍ରାମାଞ୍ଚଳ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ

କେନ୍ୟୁଜ୍(ବ୍ୟୁରୋ): କୃଷି ଓ କୃଷି କାର୍ଯ୍ୟରେ କେମିକାଲ ନୁହଁ ବରଂ ଜୈବିକ କୀଟନାଶକ ବ୍ୟବହାରକୁ ଗୁରୁତ୍ୱ ଦେଲେ କ୍ଷେତ ଓ କୃଷକର ଲାଭ ଅଧିକ ହେବ। ଆଉ ଏହି ବାର୍ତ୍ତାକୁ ନେଇ ଚାଷୀଙ୍କୁ ସଚେତନ କରୁଛନ୍ତି ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଆଜି ଚନ୍ଦକା ସ୍ଥିତ କୁଜିମହଲ ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀ ଭାଇମାନଙ୍କ ମଧ୍ୟରେ ଜୈବିକ ସାର ପ୍ରତି ଅଧିକ ସଚେତନ କରାଯାଇଥିଲା । ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ- ଭିଏପି ମାଧ୍ୟମରେ ଚାଷୀମାନଙ୍କୁ ତୃଣକ ବା ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷର ପତ୍ରର ବ୍ୟବହାର କରି କେମିତି ସେମାନେ ଜୈବିକ କୀଟନାଶକ ବା ମେଡିସିନ ପ୍ରସ୍ତୁତ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।
ବର୍ତ୍ତମାନର ବ୍ୟୟବହୁଳ ଚାଷ କାର୍ଯ୍ୟ ଚାଷୀଙ୍କୁ ପ୍ରଭାବିତ କରୁଥିବା ବେଳେ ରାସାୟନିକ ସାରର ମାତ୍ରାଧିକ ବ୍ୟବାହାର, ରୋଗ ପୋକ କ୍ଷେତର ଉର୍ବରତା ଓ କ୍ଷମତାକୁ ଦୁର୍ବଳ କରିଥାଏ । ଏହାର ସମାଧାନ କେବଳ ଜୈବିକ କୀଟନାଶକ ପ୍ରୟୋଗ ହେଲେ ହିଁ ହୋଇପାରିବ ବୋଲି ପ୍ରଶିକ୍ଷାର୍ଥୀମାନେ ଚାଷୀଙ୍କୁ ବୁଝାଇ ଥିଲେ ।
ନିମ୍ବ ପତ୍ର, ବାଇଗବା, ଘି କୁଆଁରୀ, ଆତ, ନାଗଇରି, ଅମୃତଭଣ୍ଡା, ଗଞ୍ଜେଇ ଗଛର ପତ୍ରକୁ ବ୍ୟବହାର କରି ଜୈବିକ କୀଟନାଶକ ପ୍ରସ୍ତୁତ କରି ଏହାର ବ୍ୟବାହାର କଲେ ରୋଗ ପୋକ ତୁରନ୍ତ ନାଶ ହେବ ବୋଲି ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସୋଆ କୃଷି ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ରାକେଶ ରୋଶନ ଶତପଥୀ ଏବଂ ରାମକୃଷ୍ଣ ବସ୍ତିଆ । ମହାବିଦ୍ୟାଳୟ କୃଷି ବିଭାଗର ଛାତ୍ରୀ ପଲ୍ଲବୀ ପଣ୍ଡା, ଜ୍ୟୋତିରେଖା ସିଂ, ସ୍ୱସ୍ତିକା ରଥ, ଲିପ୍ସାମୟୀ ବେହେରା, ମଧୁସ୍ମିତା ବଳ, ପ୍ରଥମା ପ୍ରତୀକ୍ଷା, ପ୍ରଜ୍ଞାମଞ୍ଜରୀ ପଟେଲ, ଅଙ୍କିତା ମହାପାତ୍, ଅର୍ପିତା ବିଶ୍ୱାଳ, ପ୍ରଲିପ୍ତା ସାମନ୍ତରାୟ, ରୁତମଭାରା ମିଶ୍ର , ଶ୍ରୀସୁଶ୍ରୀମୟୀ ପ୍ରମୁଖ ସାମିଲ ହୋଇ ଚାଷୀଙ୍କୁ ସଚେତନ କରାଇଥିଲେ।

Sasmita

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

15 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

18 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

22 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

35 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

51 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago