କଟକ ଜିଲ୍ଲା ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ପଦ୍ମଶ୍ରୀ ରସ୍କିନ୍‌ ବଣ୍ଡ

କଟକ ଜିଲ୍ଲା ଆଦର୍ଶ ପଞ୍ଚାୟତ ମାଣପୁରର ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ରସ୍କିନ୍‌ ବଣ୍ଡ । ସପରିବାରେ ରସ୍କିନ୍‌ ବଣ୍ଡ ଆଜି କଲରାବାଙ୍କ ଗ୍ରାମ ବୁଲିବାକୁ ଯାଇଥିଲେ । ଗାଁରେ ପହଞ୍ଚିବା ପରେ ନିଳୀମାରାଣୀ ମେମୋରିଆଲ୍‌ ଚାରିଟେବୁଲ୍‌ ଟ୍ରଷ୍ଟର ସଭାପତିଅନ୍ତର୍ଯ୍ୟାମୀ ସାମନ୍ତ, କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ, କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲରାବାଙ୍କ ହାଇସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କଲାରାବାଙ୍କ ଗ୍ରାମବାସୀ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ ।

ପ୍ରଥମେ ବିଶିଷ୍ଟ ସମାଜସେବୀ ନିଳୀମାରାଣୀ ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ରସ୍କିନ୍‌ ବଣ୍ଡ ସପରିବାରେ ଗାଁ ବୁଲିଥିଲେ ।ତାପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍କୁଲ୍‌ ପିଲାଙ୍କ ସହ କଥୋପକଥନ କରିବା ସହ ପିଲାଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପିଲାମାନେ ତାଙ୍କ ଲେଖା, ପାଠରେ ପଢୁଥିଲେ । ପାଖରେ ରସ୍କିନ୍‌ ବଣ୍ଡଙ୍କୁ ପାଇ ଖୁସିରେ ଆତ୍ମହରା ହୋଇଥିଲେ । ଗାଁ ହୋଇଥିଲେ ବି କଲାରାବାଙ୍କରେ ସମସ୍ତ ଆନୁଷଙ୍ଗିକ ଆଧୁନିକ ସୁବିଧା ଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । କଲରାବାଙ୍କକୁ ସ୍ମାର୍ଟ ଭିଲେଜ୍‌ରେ ପରିଣତ କରିବା ଦିଗରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ରସ୍କିନ୍‌ ବଣ୍ଡ ।

Leave A Reply

Your email address will not be published.