ବଦଳିଲେ ଭୁବନେଶ୍ବର-କଟକ ପୋଲିସ କମିଶନର, ନୂଆ ପୋଲିସ କମିଶନର ହେଲେ ଏସ.ଦେବଦତ୍ତ ସିଂ

ଭୁବନେଶ୍ବର : IPS ସ୍ତରରେ ବଡ଼ଧରଣର ଅଦଳବଦଳ । ବଦଳିଲେ ଭୁବନେଶ୍ବର-କଟକ ପୋଲିସ କମିଶନର । ନୂଆ ପୋଲିସ କମିଶନର ହେଲେ ଏସ.ଦେବଦତ୍ତ ସିଂ । BPSPA ନିର୍ଦ୍ଦେଶକ ଓ ଟ୍ରେନିଂ ଏଡିଜି ହେଲେ ସଞ୍ଜୀବ ପଣ୍ଡା । ସେହିପରି ଭୁବନେଶ୍ବର ଓ କଟକ ଡିସିପି ବଦଳିଛନ୍ତି । ପିନାକ ମିଶ୍ର ଭୁବନେଶ୍ବର ଡିସିପି ହୋଇଛନ୍ତି ।
ଜଗମୋହନ ମୀନା କଟକ ଡିସିପି ହୋଇଛନ୍ତି । ୧୯୯୮ ବ୍ୟାଚର ଆଇପିଏସ ଡକ୍ଟର ସୁରେଶ ଦେବଦତ୍ତ ସିଂଙ୍କୁ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । କମିଶନରେଟ ପୋଲିସରେ ତାଙ୍କର ଏହା ପ୍ରଥମ ନିଯୁକ୍ତି । ସେହିପରି କମିଶନରେଟ ପୋଲିସରେ ପୂର୍ବରୁ ଦୀର୍ଘ ଦିନ କାମ କରିଥିବା ୨୦୦୮ ବ୍ୟାଚର ଆଇପିଏସ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି ।
ପୁରୀ ଏସପି ଥିବା ୨୦୧୧ ବ୍ୟାଚର ଆଇପିଏସ ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡ଼ିସିପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପୂର୍ବରୁ ସେ କଟକ ଡ଼ିସିପି ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଛନ୍ତି । ସେପଟେ କଟକ ଡ଼ିସିପି ଭାବେ ଗଞ୍ଜାମର ଏସପି ଥିବା ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି ।