କଳିଙ୍ଗ ଷ୍ଟାଡିୟମରେ କ୍ରିକେଟ୍ କିମ୍ବଦନ୍ତୀ , ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ସଚିନ ତେନ୍ଦୁଲକର । ବେଲଜିୟମ-ନେଦରଲାଣ୍ଡ ମ୍ୟାଚ ଦେଖୁଛନ୍ତି କ୍ରିକେଟର ଲେଜେଣ୍ଡ ତଥା ଭାରତ ରତ୍ନ । ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । କିଛି ସମୟ ତଳେ ଭୁବନେଶ୍ୱରରେ ପହଞ୍ଚିଥିଲେ ଲିଟିଲ ମାଷ୍ଟର । ବିମାନ ବନ୍ଦରରେ ତାଙ୍କୁ ସମ୍ବଦ୍ଧିତ କରାଯାଇଛି । ପରେ ସିଧାସଳଖ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ସେଠାରେ କ୍ରୀଡ଼ା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ସଚିନଙ୍କୁ ହକି ଷ୍ଟାଡିୟମରେ ଦେଖି ଦର୍ଶକ ବେଶ ଖୁସି ଅଛନ୍ତି । ପୁରୁଷ ବିଶ୍ୱକପ୍ ହକିକୁ ବିପୁଳ ସମର୍ଥନ ମିଳୁଥିବା ଦେଖି ଖୁସି ପ୍ରକାଶ କରିଛନ୍ତି ତେନ୍ଦୁଲକର । ହକିର ପ୍ରଚାର ପ୍ରସାର ନେଇ ସଚିନ କିଛି ଦିନ ହେଲା ଉଦ୍ୟମ କରିଆସୁଛନ୍ତି । ଗତକାଲି ବିଶ୍ୱସ୍ତରୀୟ ଆୟୋଜନକୁ ନେଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଲିଟିଲ ମାଷ୍ଟର ।
ତେବେ କଳିଙ୍ଗ ଷ୍ଟାଡିୟମ୍ରେ ସଚିନ୍ ପହଞ୍ଚି ସାରିଥିବା ବେଳେ ସେଲ୍ଫି ଉଠାଇ ନିଜ୍ ଟ୍ୱିଟ୍ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆଉ ଲେଖିଛନ୍ତି “କଳିଙ୍ଗ ଷ୍ଟାଡିୟମରେ ପରିବେଶ ଖୁବ୍ ଚମତ୍କାର । ମୁଁ ଏଠି ହକି ପାଇଁ ପ୍ୟାସନ୍ ଦେଖିପାରୁଛି।”
Crazy atmosphere at the Kalinga Stadium, Bhubaneswar for the Men’s #HWCFinal2018! Loving the energy and the passion for hockey in this stunning stadium! 👏🏼
Kudos to @Naveen_Odisha & @TheHockeyIndia for putting up this world class event! 😃#BELvNED @sports_odisha @FIH_Hockey pic.twitter.com/hZOvGzTkJT
— Sachin Tendulkar (@sachin_rt) December 16, 2018