ଆହୁରି ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ, ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ

ପୁରୀ : ଆହୁରି ସହଜ ହେବ ଶ୍ରୀଜିଉଙ୍କ ଦର୍ଶନ । ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା ହେବ । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ ।
ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ । ଏନେଇ ଅକ୍ଟୋବର ୮ରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା । ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟ ମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଛତିଶାନିଯୋଗ ବୈଠକ ଏହା ଉପରେ ମୋହର ମାରିଛି ।
ନାଟ ମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ କାର୍ତ୍ତିକ ପରେ ପୁରୁଷ ଭକ୍ତ ,ମହିଳା, ଶିଶୁ, ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ଅଲଗା ଅଲଗା ଧାଡ଼ି ବ୍ୟବସ୍ଥା ରହିବ । ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ । ସମୁଦାୟ ୬ଟି ଲାଇନ୍ ଦେଇ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ୍ ଦେଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ । କାଠ ବ୍ୟାରିକେଡ୍ କୁ ଉଚ୍ଚତା ସମ୍ପର୍ଣ୍ଣ କରିବା ସହ ଗରୁଡସ୍ତମ୍ଭ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।