ଦୁଃଖରେ ମୟୁରଭଞ୍ଜ ଜିଲ୍ଲାର ଚାଷୀ: ବର୍ଷା ଓ କୂଆପଥର ମାଡ଼ରେ ନଷ୍ଟ ହୋଇଯାଇଛି ସମ୍ପୂର୍ଣ୍ଣ ଫସଲ, ଭାଙ୍ଗିଯାଇଛି ଘର

ରାଇରଙ୍ଗପୁର : କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲାକଡାଉନ ଚାଷୀଙ୍କୁ କନ୍ଦାଇଥିବା ବେଳେ ଏବେ କାଳ ବୈଶାଖୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମୟୁରଭଞ୍ଜ ଜିଲ୍ଲାର ଚାଷୀ ଏବେ ହତାଶ। ଏକର ଏକର ଜମିରେ ଫଳିଥିବା ଫସଲକୁ ଚାହିଦା ଥିବା ବାହାର ମାର୍କେଟକୁ ନେଇ ନ ପାରି ଗାଁ ମାର୍କେଟରେ ଶସ୍ତା ଦରରେ ବିକ୍ରି କରି ବାକୁ ବାଧ୍ୟ ହୋଇ ଲାଭ ତ ଦୂରର କଥା ଖର୍ଚ୍ଚ ମଧ୍ୟ ଉଠାଇପାରୁନାହାନ୍ତି । ଏକର ଏକର ଜମିରେ ସୁନାର ଫସଲ ପଡି ପଚି ଚାଷୀଙ୍କ ଆଖି ସାମ୍ନାରେ ନଷ୍ଟ ହେଉଛି । ଯାହା ଫସଲ ବଞ୍ଚିଥିଲା ତା ଉପରେ ଏବେ କାଳବୈଶାଖୀର ନଜର।

fieldବାଦଲଫଟା ବର୍ଷା ଓ କୂଆପଥର ମାଡ଼ରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଛି । ଋଣ ଓ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଦୁଃଖ ଏବେ ଦ୍ବିଗୁଣିତ ହେଇଯାଇଛି । ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଭଣ୍ଡନ, କଣ୍ଟାଶୋଳା, ଭାଦୁସାହି, ଚାଭଁରାଡିହି, ତଲୋକପୋଖରୀ, ଟିଣାପୋଷି, ବାଗଡେଗା ଆଦି ସ୍ଥାନରେ କୂଆପଥର ମାଡ଼ ଯୋଗୁଁ ଏକର ଏକର ଜମିରେ ଚାଷ ହୋଇଥିବା ପନିପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତା ସହିତ କୂଆପଥର ମାଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଥିବା ସୂଚନା ମିଳିଛି। ଗାଁ ଗଣ୍ଡାର ଚାଷୀମାନଙ୍କର ବୀମା ନଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ନେଇ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.