ପାରାଦୀପରେ ମିଳିତ ସମରାଭ୍ୟାସ ‘ସାଗର କବଚ-୨, ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ ନେଇ କଳାକୌଶଳ ପ୍ରଦର୍ଶନ

ପାରାଦ୍ଵୀପ : ପାରାଦ୍ଵୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨ । ୨୬-୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇ ଥର ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ ସାଗର କବଚ ।  ଚଳିତ ବର୍ଷର ଦ୍ବିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇ ଦିନ ଧରି ଚାଲିବ ।  ଏହି ମିଳିତ ସମରାଭ୍ୟାସରେ ଜଳପଥରୁ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀଙ୍କୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳା କୌଶଳ ପ୍ରଦର୍ଶନ କରିବେ ୧୮ଟି ବିଭାଗ ।

ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, ପାରାଦୀପ ବନ୍ଦର, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ଓଡ଼ିଶା ପୋଲିସ, ବନ ବିଭାଗ ଏପରି ୧୮ଟି ବିଭାଗ ଏହି ସମରଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି ।  ଏଗୁଡିକୁ ରେଡ୍ ଓ ବ୍ଲୁ ଏପରି ଦୁଇଟି ଟିମରେ ଭାଗ କରାଯାଛି । ରେଡ ଟିମ୍ ଆତଙ୍କବାଦୀଙ୍କ ରୂପରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବ  ।  ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ଉଦ୍ୟମ କରିବ ବ୍ଲୁ ଟିମ୍ ।  ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି  ।

 

You might also like